ଏମ୍‌ସିଏଲ୍‌ର ନୂଆ ବୈଷୟିକ ନିର୍ଦ୍ଦେଶକ ହେଲେ ଯୁଗଳ କିଶୋର ବୋରା 

You are currently viewing ଏମ୍‌ସିଏଲ୍‌ର ନୂଆ ବୈଷୟିକ ନିର୍ଦ୍ଦେଶକ ହେଲେ ଯୁଗଳ କିଶୋର ବୋରା 

ଅନୁଗୁଳ: ମହାନଦୀ କୋଲଫିଲ୍ଡସର ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଯୁଗଳ କିଶୋର ବୋରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‌ସିଏଲ୍‌ରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ବିଭିନ୍ନ କୋଇଲା ଖଣି ପରିଦର୍ଶନ କରି କୋଲଫିଲ୍ଡସ ଏରିଆର ବରିଷ୍ଠ ଅଧିକାରୀଙ୍କ ସହ ମାଇନିଂ ଅପରେସନ ବିଷୟରେ ଆଲୋଚନା କରିଥିଲେ।

ଏମ୍‌ସିଏଲ୍‌ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ବୋରା କୋଲକାତା ସ୍ଥିତ କୋଲ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ(ଉତ୍ପାଦନ) ଭାବେ ଅବସ୍ଥାପିତ ଥିଲେ। ଅଣ୍ଡର ଗ୍ରାଉଣ୍ଡ ଓ ଓପନକାଷ୍ଟ ମାଇନ୍‌ସରେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ସେ ନର୍ଥ ଇଷ୍ଟ କୋଲଫିଲ୍ଡସ ଓ ଧାନବାଦ ସ୍ଥିତ ଭାରତ କୋକିଂ କୋଲ ଲିମିଟେଡ଼ର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟଭାର ତୁଲାଇଛନ୍ତି।

ଯୁଗଳ କିଶୋର ବୋରାଙ୍କ ଘର ଆସାମର ନୋଗାଓଁ ଜିଲ୍ଲାରେ। ସେଠାକାର ସୈନିକ ସ୍କୁଲରେ ସେ ସ୍କୁଲ ଶିକ୍ଷା ଏବଂ ଏନଆଇଟି ନାଗପୁରରେ ମାଇନିଂରେ ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ ଡିଗ୍ରୀ ଲାଭ କରିଛନ୍ତି। ଏଥିସହ ଶ୍ରୀ ବୋରା ଡିଜିଏମଏସରୁ ପ୍ରଥମ ଶ୍ରେଣୀରେ ମାଇନିଂ ମ୍ୟାନେଜର ପ୍ରମାଣ ପତ୍ର ଏବଂ କମ୍ପିଟାନ୍ସି ସାର୍ଟିଫିକେଟ ଇନ୍ ମାଇନ ସେଫ୍ଟି ଫ୍ରମ୍ ଜେଆଇସି, ଜାପାନ ଏବଂ ୟୁଏସଏର ଜର୍ଜ ୱାଶିଂଟନ୍ ୟୁନିଭର୍ସିଟିରୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଡିପ୍ଲୋମାର ଉପାଧି ହାସଲ କରିଛନ୍ତି।

Share

Leave a Reply