ଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା

You are currently viewing ଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା

ଅନୁଗୁଳ:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ। ୨୦୨୧ ମସିହାର ଏକ ମାମଲାର ଶୁଣାଣି କରି ଜଜ ଏହି ରାୟ ଦେଇଛନ୍ତି।

ସୂଚନା ମୁତାବକ, ଗତ ୧୬. ୧୧. ୨୦୨୧ ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକାକୁ ସ୍ଥାନୀୟ ରାଣୀଗୁଡା ଗ୍ରାମର ରିପୁ ଓରଫ ରିପୁ ରାଜ ବିଶ୍ୱାଳ ଟିଉସନ ଯିବା ଆସିବା ବାଟରେ ଟେକି ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ପରିବାର ଲୋକଙ୍କୁ ଜଣାଇଲେ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା। କିଛି ଦିନ ପରେ ସମ୍ପୃକ୍ତା ନାବାଳିକା ଗର୍ଭବତୀ ହୋଇଯିବାରୁ ରିପୁ ରାଜ ତାର ଜୋରଜବରଦସ୍ତ ଗର୍ଭନଷ୍ଟ ମଧ୍ୟ କରାଇଥିଲା।

ଏହି ଘଟଣା ସମ୍ପର୍କ ରେ ନାବାଳିକା ତାର ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ରିପୁ ରାଜ ଘରକୁ ଯାଇ ପଚରାଉଚରା କରିଥିଲେ। କିନ୍ତୁ ସେମାନେ ଝିଅର ପରିବାର ଲୋକେଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ ବୋଲି ନାବାଳିକାର ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗ ଆଧାରରେ ଅଭିଯୁକ୍ତ ରିପୁ ରାଜ ବିଶ୍ୱାଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ଶନିବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୧୫ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ରିପୁ ରାଜ ବିଶ୍ୱାଳ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।

Share

Leave a Reply