ଏ.ସି.ଆଇ.ସି ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

You are currently viewing ଏ.ସି.ଆଇ.ସି ପକ୍ଷରୁ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର : ଏ.ସି.ଆଇ.ସି ଅନୁଗୁଳ ଶାଖା ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼ଃ ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଳଚେର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଗନ୍ଧ ସ୍ପଷ୍ଟ ବାରି ହେଉଥିଲେ ସୁଦ୍ଧା ସ୍ଥାନୀୟ ଅଧିବାସୀଙ୍କର ନୀରବତାର ସୁଯୋଗ ନେଇ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ ଉଦ୍ୟୋଗୀମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ବୋଲି କହିଥିଲେ। ଏ.ସି.ଆଇ.ସି ସର୍ବଦା ସ୍ଥାନୀୟ ଲୋକଙ୍କ ସହିତ ଅଛି ଏବଂ ଆବଶ୍ୟକ ହେଲେ ଜନସାଧାରଣଙ୍କ ସପକ୍ଷରେ ଲଢ଼େଇ କରିବ ବୋଲି ସେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଓଡି଼ଶା ରାଜ୍ୟ ସାଧାରଣ ସମ୍ପାଦକ ଲାୟନ ଇଂ ବିପିନ ବିହାରୀ, ରାଜ୍ୟ ସମ୍ପାଦକ ଗୋଲକ ବିହାରୀ ସିଂହ, ସମ୍ପାଦକ ଭିଜିଲାନ୍ସ ସୁବାଷ ଚନ୍ଦ୍ର ରଥ ଯୋଗ ଦେଇ କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯାଇଥିବା ଅଭିଯୋଗଗୁଡ଼ିକର ସମାଧାନର ରାସ୍ତା ବୁଝାଇଥିଲେ। ଏ.ସି.ଆଇ.ସି ଜିଲ୍ଲା ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଆଶୁତୋଷ ଦାସ, ବରିଷ୍ଠ ନାଗରିକ ଚୈତନ୍ୟ ପ୍ରଧାନ, ବେଣୁଧର ଦେବତା, ଆର୍ତ୍ତତ୍ରାଣ ପାଣି, ରଙ୍ଗାଧର ନାହାକ, ସୁନିଲ ବିଶ୍ୱାଳ, ଗାଙ୍ଗୁଲି ପଣ୍ଡା ଓ ହେମନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସୌଭାଗ୍ୟ ଚନ୍ଦ୍ର ନାୟକ, ମଦନ ମୋହନ ସାହୁ, ଅସିତ କୁମାର ସାହୁ, ଅତସି କୁମାର ଦାସ, ଦିନାନାଥ ସ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆଶୁତୋଷ ଦାସ ଧନ୍ୟବାଦ ଜଣାଇଥିଲେ।

Share

Leave a Reply