ସହିଦ ଶ୍ୱାନ ଯୋଦ୍ଧା ଫାଣ୍ଟମ୍‌କୁ ସେନା ଦେଲା ଶ୍ରଦ୍ଧାଞ୍ଜଳି

You are currently viewing ସହିଦ ଶ୍ୱାନ ଯୋଦ୍ଧା ଫାଣ୍ଟମ୍‌କୁ ସେନା ଦେଲା ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଜମ୍ମୁ କାଶ୍ମୀରର ଉଦ୍ଧମ୍ପୂର୍ ଠାରେ ସେନା ବାହିନୀର ଶ୍ଵାନ ଯୋଦ୍ଧା ଫାଣ୍ଟମ୍‌କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଫାଣ୍ଟାମ୍‌ ହେଉଛି ବେଲଜୀୟାନ ପ୍ରଜାତିର କୁକୁର ।ବୟସ ହୋଇଥିଲା ଚାରି ବର୍ଷ। ଆର୍‌ଭି‌ଏଫ୍‌ରେ ତାକୁ ତାଲିମ ଦିଆଯାଇ‌ ଭାରତୀୟ ସେନାରେ ନିଯୁକ୍ତି ଦିଆଯାଇଥିଲା।ଅନେକ ସମୟରେ ସେ ଲ୍ୟାଣ୍ଡ ମାଇନ୍‌କୁ ଠାବ କରିବା, ଗୋଳା ବାରୁଦ ଠାରୁ ଉଗ୍ରପନ୍ଥିଙ୍କୁ ଠାବ କରିବାରେସେ ଉସ୍ତାଦ ଥିଲା। ସେନାର ସେ ପ୍ରିୟ କୁକୁର ଥିଲା।

ଗତ ସୋମବାର ଜମ୍ମୁର ଅଖନୂର୍‌ ସେକ୍ଟର ବଟଲ୍‌ ଇଲାକାରେ ଯାହାକି ଏଲ୍‌ଓସି ନିକଟରେ ଥିଲା ସେଠାରେ ଉଗ୍ରପନଥି ଲୁଚି ଥିବା ଖବର ପାଇ ସେନା ସେ ଆଡ଼କୁ ଅଗ୍ରସର ହୋଇଥିଲା। ସେନା କୁକୁର ଆଗେ ଆଗେ ଚାଲୁଥିଲା। ଉଗ୍ରପନ୍ଥିଙ୍କ ବାସ୍ନା ପାଇ ସେ ସେମାନଙ୍କ ଆଡ଼କୁ ଭୁକିବା ସହ ଗୋଡ଼ାଇ ଯାଇଥିଲା। ଆମ ସୈନିକ ମାନେ ଏହା ଦେଖି ସତର୍କ ହୋଇଯାଇଥିଲେ ଏବଂ ପୋଜିସନ୍‌ ନେଇ ଉଗ୍ରପନ୍ଥିଙ୍କ ଉପରେ ଆକ୍ରମଣ କରିଥିଲେ। ଉଗ୍ରପନ୍ଥୀଙ୍କ ପ୍ରତିଆକ୍ରମଣରେ ଗୁଳି ମାଡ଼ ଖାଇ ଟଳି ପଡ଼ିଥିଲା ଫାଣ୍ଟମ୍‌ । ତା ଯୋଗୁଁ ଆମ ସୈନିକ ମାନଙ୍କର କୌଣସି କ୍ଷତି ହୋଇ ନଥିଲା।

୨୭ ଘଣ୍ଟା ଧରି ଗୁଳିଗୋଳା ଚାଲିବା ପରେ
ଶତ୍ରୁ ମାନେ ଛତ୍ର ଭଙ୍ଗ ଦେଇ ପଳାଇ ଥିଲେ। ତେଣୁ ସେନା ପକ୍ଷରୁ ଫାଣ୍ଟମ୍‌କୁ ଅଶ୍ରୁଳ ବିଦାୟ ଦିଆ ଯାଇଥିଲା। ଜାତୀୟ ପତାକା ଦେହରେ ଗୁଡ଼ାଇ ହୋଇଥିବା ଶ୍ୱାନ ଯୋଦ୍ଧା ସ୍ନିଫର ଡଗ୍‌କୁ ସେନାଧିକାରି ମାନେ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

Share

Leave a Reply