ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ବୁଧବାର ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୁଚନା ଯେ, ବାଇକ୍ଟି ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଲରେ ବାଇକ୍ ଚାଳକ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ହାଇୱା ସେଠାରୁ ପଳାଇଯାଇଥିଲା। ଏ ଘଟଣା ନେଇ ସେଠାରେ ଉତ୍ତେଜନାର ଦେଖା ଦେଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଓ ବାଇକ୍କୁ ଜବତ କରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଡାକ୍ତରଖାନାକୁ ପଠାଇଛି। ମୃତ ଯୁବକ ଜଣକ ବୌଦ୍ଧ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଛି।
ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ
- Post published:December 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
