ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ପରିସରରେ ରବିବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଗୋବର ପାଣି ଛିଞ୍ଚି ବିଶୋଧିତ କରିଛନ୍ତି। ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଝାଡୁ ମାରି ଗୋବର ପାଣି ଛିଞ୍ଚି ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନେ ଅନୁଗୁଳ ଷ୍ଟାଡିୟମ ପରିସରକୁ ବିଶୋଧିତ କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଅଧ୍ୟାପିକା ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇବା, ତାଙ୍କୁ ଅଦ୍ୟାବଧି ବହିଷ୍କାର ନ କରି ସୁରକ୍ଷା ଦେଉଥିବା, ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅନେକ ଦାଗି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇଥିବାରୁ ସେ ଅନୁଗୁଳର ପବିତ୍ର ମା’ ହିଙ୍ଗୁଳା ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ମାଟିକୁ ଅପବିତ୍ର କରିଛନ୍ତି ବୋଲି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପ୍ରଧାନ, ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ପ୍ରମୁଖ ପ୍ରକାଶ କରିଥିଲେ। ଏ ଅଭିନବ ପ୍ରତିବାଦରେ ମହିଳା ମୋର୍ଚ୍ଚାର ରୋଜାଲୀନ ଦାସ, ନମିତା ଦଳବେହେରା ଓ ସରିତା ମିଶ୍ର ସାମିଲ ହୋଇଥିଲେ।
ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ବିଶୋଧିତ କଲା ବିଜେପି ମହିଳା ମୋର୍ଚ୍ଚା
- Post published:November 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
