ଅନୁଗୁଳ: ଗତ ପାଞ୍ଚ ତାରିଖ ବଡି ଭୋର ସମୟରେ ଅନୁଗୁଳ ପରିଵୀକ୍ଷଣ ଛାତ୍ରାବାସ ବା ସଂସ୍କାର ଗୃହର ନାବାଳକ ଅନ୍ତେବାସୀ ଗାଧୁଆ ଘରେ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦୁଃଖର କଥା ପିଲାଟିର ବାପା ପରଲୋକରେ। ମା’ର ମୁଣ୍ଡ ଠିକ ଭାବେ କାମ କରୁନି। ମୃତ୍ୟୁ ପରେ ଶବ ହସ୍ତାନ୍ତର ପାଇଁ ପରିବାର ଲୋକେ ରାଜି ନ ହେବାରୁ ପଞ୍ଚାନାମା ପରେ ଶବକୁ କଟକ ବଡ଼ ମେଡ଼ିକାଲ ପଠାଇ ଦିଆ ଯାଇଥିଲା। ଆଜି ସେଠାରୁ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ କରଡ଼ାଗାଡିଆ ଶ୍ମଶାନରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀ ତଥା ସମାଜସେବୀ ଚିନ୍ମୟୀ ଦାସଙ୍କ ଉପସ୍ଥିତିରେ ନାବାଳକର ଚିତା ଜଳିଥିଲ।
ପ୍ରଶ୍ନ ଉଠୁଛି ନାବାଳକର ମୃତ୍ୟୁ ପାଇଁ ଦାୟୀ କିଏ। ସମୟ କହିବ ତଦନ୍ତ କିଭଳି ଚାଲିଛି ଓ କାର୍ଯ୍ୟାନୁଷ୍ଠାନ କଣ ନିଆ ଯାଇଛି।