ଅନୁଗୁଳ: ଅନୁଗୁଳରେ ରଙ୍ଗର ପର୍ବ ହୋଲି ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।ସକାଳେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ବାସନ୍ତୀ ପାଠାଗାର ପରିସରରେ ହୋଲି ପାଳନ କରାଯାଇଥିଲା। ଏ ଅବସରରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆମ ସଂସ୍କୃତିରେ ହୋଲି କିଭଳି ଭାଇଚାରା ବଢାଇ ଥାଏ ତାହା ବର୍ଣ୍ଣନା କରିଥିଲେ। ସଂଘର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା ପତ୍ରରୁ ପ୍ରସ୍ତୁତ ଅବିର ଲେପନର ଉପକାରିତା ଏବଂ ପୌରାଣିକ କଥା ବସ୍ତୁରେ ହୋଲି ଉପରେ ଆଲୋକପାତ କରିଥିଲେ। ସଂଘର ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥ ସଭା ପରିଚାଳନା କରିବା ସହ ଟାଇକୁଣ୍ଡୁ ଖେଳ କିଭଳି ଆତ୍ମ ରକ୍ଷାରେ ସାହାଯ୍ୟ କରେ ତାହା ପ୍ରକାଶ କରିଥିଲେ ସମାରୋହରେ ସଂଘର ଛାତ୍ର ଛାତ୍ରୀ ମାନେ ପରସ୍ପରକୁ ଅବିର ବୋଳି ଥିଲେ।ସେହିପରି ଅମଲା ପଡ଼ା କ୍ଳବ୍ ଗଣପତ୍ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ହୋଲିଁ ପାଳିତ ହୋଇଯାଇଛି ।
ଅନୁଗୁଳରେ ରଙ୍ଗର ପର୍ବ ହୋଲି
- Post published:March 26, 2024
- Post category:କଳା ଓ ସଂସ୍କୃତି / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul