ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଶିକ୍ଷକପଡା ସାଇ ମନ୍ଦିର ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ଶୁଭେନ୍ଦୁ ବେହେରା (୨୨) ବୋଲି ଜଣାଯାଇଛି।
ସୂଚନା ମୁତାବକ, ସଦର ଥାନା ରନ୍ତଲେଇ ଗ୍ରାମର ବିଷ୍ଣୁ ବେହେରାଙ୍କ ପୁଅ ଶୁଭେନ୍ଦୁ ବେହେରାଙ୍କ ମୃତ ଦେହ ଶିକ୍ଷକପଡା ସାଇ ମନ୍ଦିର ନିକଟସ୍ଥ ଏକ ୱାର୍କସପରୁ ଉଦ୍ଧାର ହୋଇଛି। ଖବର ପାଇ ଅନୁଗୁଳ ଟାଉନ୍ ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର
