ଅନୁଗୁଳ: ବରଯାତ୍ରୀ ଗାଡ଼ିରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ସୂଚନାନୁସାରେ, ଆଜି ସ୍ଥାନୀୟ ନତଡ଼ା ପଞ୍ଚାୟତ ଆମ୍ବପାଳ ଗାଁରୁ ୧୫-୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ ଟ୍ରାଭେଲର ହିଙ୍ଗୁଳା ମନ୍ଦିର ନିକଟସ୍ଥ କୁସୁମପାଳ ଯାଇଥିଲା। ସେଠାରୁ ଫେରିବା ବେଳେ ବାଟରେ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଗାଡ଼ିରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଜୀବନ ବିକଳରେ ଦୂରକୁ ଦୌଡ଼ି ପଳାଇଥିଲେ ତା ପରେ ରାସ୍ତା ଉପରେ ହିଁ ଗାଡ଼ି ଜଳିଯାଇଥିଲା। ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ।
ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ବରଯାତ୍ରୀ ଗାଡ଼ି
- Post published:May 10, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
