ଅନୁଗୁଳ : ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କମିଟି ଶନିବାର ବୁଲି ସ୍ବାସ୍ଥ୍ୟ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ମୁତାବକ, ଉଚ୍ଚ ନ୍ୟାୟାଳୟର ରିଟ ପିଟିସନ୍ ମାମଲା ନଂ- ୬୧୦୯/୨୦୧୮ ଅନୁସାରେ ଚିତ୍ତ ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ପଟିସନର ଶୁଣାଣିକରି ରାଜ୍ୟର ସମସ୍ତ ଜିଲ୍ଲାସ୍ତରୀୟ ଆଇନ ସହାୟତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ ଏକ ୪ ଜଣିଆ ଟିମ ଗଠନ କରାଯିବ। ସେଥିରେ ୨ ଜଣ ପ୍ୟାନେଲ ଲୟର ଓ ୨ ଜଣ ଆଇନ ସ୍ବେଚ୍ଛାସେବୀ ରହିବେ। ସେଥିମଧ୍ୟରେ ଅନ୍ୟୁନ ଜଣେ ମହିଳା ରହିବେ। ଏହି ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ୨ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତରଙ୍କ ସମେତ ନର୍ସ, ୱାର୍ଡ କର୍ମଚାରୀ ଉପସ୍ଥାନ ଅନୁସାରେ କାର୍ଯ୍ୟ କରୁଛନ୍ତିକି ନାହିଁ, ଚିକିତ୍ସାଳୟରେ ପ୍ରଚୁର ପରିମାଣର ଔଷଧ, ଯନ୍ତ୍ରପାତି, ଅନ୍ୟାନ ଆବଶ୍ୟକିୟ ସାମଗ୍ରୀ ଗଚ୍ଛିତ ଅଛିକି ନାହିଁ, ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛିକି ନାହିଁ, ଚିକିତ୍ସାଳୟର ପରିବେଶ ପରିଷ୍କାର ପରିଚ୍ଛନ୍ନ, ଶୌଚାଳୟ ବ୍ୟବସ୍ଥା, ବିଶୋଧିକରଣ, ବିଜୁଳି ବ୍ୟବସ୍ଥା, ଟେଲି ଫୋନ, ଇଣ୍ଟରନେଟ୍, ଗମନାଗମନ ପାଇଁ ରାସ୍ତାର ବ୍ୟବସ୍ଥା ଯାତାୟତ ପାଇଁ ଗମନା ଗମନର ବ୍ୟବସ୍ଥା ସମ୍ପର୍କରେ ତଦାରଖକରି ୩୦ ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କ ରିପୋର୍ଟ ଜିଲ୍ଲା ଆଇନ ସହାୟତା କେନ୍ଦ୍ରର ସମ୍ପାଦକଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ପ୍ୟାନେଲ ଲୟର କ୍ରିଷ୍ଣ ପ୍ରତାପ ସିଂ, ସତ୍ୟବ୍ରତ ବିଶ୍ବାଳ, ଆଇନ ସ୍ବେଚ୍ଛାସେବୀ ଶାନ୍ତିଲତା ସାହୁ ଓ ପଙ୍କଜିନି ନାଏକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ। ଏହି ପରିଦର୍ଶନ ସମୟରେ ଉପସ୍ଥାନ ରେଜିଷ୍ଟରରେ ହେରଫେର ଥିବା, ଅସ୍ତ୍ରୋପଚାର ପାଇଁ ଅର୍ଥ ଆଦାୟ କରାଯାଇଥିବା, ଗର୍ଭବତୀ ମହିଳାଙ୍କୁ ଡେଟଲ, ଗ୍ଲୋବସ୍, ସାବୁନ ଓ ତେଲ ବାହାରୁ କିଣି ଆଣିବାକୁ କହିବା ଅଦି ଅଭିଯୋଗ ମଳିଥିଲା।
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜିଲ୍ଲା ଚିକିତ୍ସାଳୟ ବୁଲିଲା କମିଟି
- Post published:November 28, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
