୫ ମାସ ବି ଗଲାନି ୫ ଲକ୍ଷ ଟଙ୍କାର ରାସ୍ତା, ଯାତାୟାତ ପାଇଁ ବାରଗୌଣିଆ ପଞ୍ଚାୟତବାସୀ ହନ୍ତସନ୍ତ

You are currently viewing ୫ ମାସ ବି ଗଲାନି ୫ ଲକ୍ଷ ଟଙ୍କାର ରାସ୍ତା, ଯାତାୟାତ ପାଇଁ ବାରଗୌଣିଆ ପଞ୍ଚାୟତବାସୀ ହନ୍ତସନ୍ତ

ଅନୁଗୁଳ: ନିୟମିତ ଯାତାୟାତ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ। ନା ଚାଲିକି ଯାଇ ହେଉଛି ନା ଗାଡ଼ି ନେଇ। ବର୍ଷାଦିନେ ତ ପାଦ ପକାଇବା ବି ବିପଦକୁ ଡାକିବା ସହ ସମାନ। ଏମିତି ସ୍ଥିତିରେ ବର୍ଷକ ବାରମାସ ଯାତାୟାତ କରୁଛନ୍ତି ଅନୁଗୁଳ ବ୍ଲକ ବାରଗୌଣିଆ ପଞ୍ଚାୟତବାସୀ। ପ୍ରଧାନ ବନ୍ଧଠାରୁ ଗୋରୁହାଟ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଯିଏ ଯାଇଛି ସେ ଭୋଗିଛି।

୫ଲକ୍ଷ ଟଙ୍କା ବିନିମୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଏହି ରାସ୍ତା ତିଆରି ହୋଇଥିଲା। କିନ୍ତୁ କିଛି ଦିନରେ ହିଁ ମୋରମ ଉଠିଗଲା। ରହିଗଲା ଖାଲି ମାଟି। ଯାହା ବର୍ଷା ହେଲେ କାଦୁଅର ରୂପ ନେଉଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଯିବା ଅସମ୍ଭବ। ଫଳରେ ହନ୍ତସନ୍ତ ହେଉଛନ୍ତି ପୂରା ପଞ୍ଚାୟତବାସୀ। ମଙ୍ଗଳବାର ସ୍କୁଲ ଗାଡ଼ି କାଦୁଅରେ ଫସିଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟ ହୋଇ ଜେସିବି ଡାକିବାକୁ ପଡ଼ିଥିଲା।

ଏସଂପର୍କରେ ବାରଗୌଣିଆ ସରପଞ୍ଚ ଅନୁ ମହାଳିକ କହିଛନ୍ତି, କାମ କରିଥିବା ଲୋକଙ୍କୁ ତାଗିଦ କରିଥିଲି। ମେଣ୍ଟାଲ ମୋରମ ନପଡିଲେ ବିଲ ପୈଠ କରାଯିବ ନାହିଁ ବୋଲି ଜଣାଇଥିଲି। ତେବେ ବର୍ଷା ଯୋଗୁଁ ଗାଡି ଚାଲି ପାରୁନଥିବାରୁ ପାଗ ଶୁଖିଲା ହେଲାପରେ ଶୀଘ୍ର ରାସ୍ତାର ପୁନଃ ନିର୍ମାଣ କରାଯିବ ବୋଲି କହିଛନ୍ତି ସରପଞ୍ଚ।

Share

Leave a Reply