ଜଙ୍ଗଲରୁ ବୃଦ୍ଧଙ୍କ ଗଲିତ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

You are currently viewing ଜଙ୍ଗଲରୁ ବୃଦ୍ଧଙ୍କ ଗଲିତ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ ଗାଁର ସୁରେଶ ଚନ୍ଦ୍ର ସାହୁଙ୍କ ମୃତ ଦେହ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି।

ସୁରେଶ ତିନିଦିନ ତଳେ ନିଖୋଜ ଥିବା ନେଇ ପରିବାର ପକ୍ଷ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲ ଆଡେ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। ସେମାନେ ଦେଖିଲା ବେଳକୁ ସୁରେଶଙ୍କର ମୃତ ଦେହ ପଡ଼ିଛି। ଏ ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ହାତୀ ମାରିଦେଇଥିବା ସନ୍ଦେହ କରି ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇବା ପାଇଁ ଯୋଜନା କରିଥିଲା। କିନ୍ତୁ କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ସୁରେସଙ୍କ ଝଗଡ଼ା ହୋଇଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ମାରିଦେଇଥିବା ସନ୍ଦେହ କରି ପରିବାର ଏବଂ ଗ୍ରାମବାସୀ ମୃତ ଦେହ ଛାଡ଼ି ନଥିଲେ। ଘଟଣା ସ୍ଥଳରେ ସାଇଣ୍ଟଫିକଟିମ୍ ପହଞ୍ଚି ତଦନ୍ତ କରିବା ପରେ ଛାଡ଼ିଥିଲେ।

ତେଣୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ବନ୍ତଳା ଥାନା ଆଇଆଇସିଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

Share

Leave a Reply