ଫେରିବ ପୁରୁଣା ଦିନ, ଆସିବ ରିଚାର୍ଜ ଭାଉଚର୍‌!

You are currently viewing ଫେରିବ ପୁରୁଣା ଦିନ, ଆସିବ ରିଚାର୍ଜ ଭାଉଚର୍‌!

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ପୁରୁଣା ଦିନ ଫେରିବ। ପୂର୍ବଭଳି ସ୍ବତନ୍ତ୍ର ଭାବେ କେବଳ ଭଏସ୍‌ କଲ୍ ଓ କେବଳ ଏସ୍‌ଏମ୍ଏସ୍‌ ପାଇଁ ପ୍ୟାକ୍‌ ଆଣିବେ ସବୁ ଟେଲିକମ୍ କମ୍ପାନି। ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅପରେଟର ମାନଙ୍କୁ ଏକ ପ୍ରସ୍ତାବ ଦେଇଛି।

ଟ୍ରାଇ ଏକ ପରାମର୍ଶ ପେପର୍‌ ଜାରି କରି ଜଣାଇଛି ଯେ, ବର୍ତ୍ତମାନ ଅପରେଟରମାନେ ଯେଉଁ ପ୍ୟାକ୍ ପ୍ରଦାନ କରୁଛନ୍ତି ସେଥିରେ ଡାଟା, କଲ୍‌ ଓ ଏସ୍‌ଏମ୍ଏସ୍‌ ଭଳି ସବୁ ପ୍ରକାର ସୁବିଧା ରହିଛି। ସେଥିରୁ କିଛି ସେବାକୁ କେତେକ ଗ୍ରାହକ ଆଦୌଁ ବ୍ୟବହାର କରୁନାହାନ୍ତି। ସେଭଳି ଗ୍ରାହକଙ୍କ ଏକ ବଡ଼ ସଂଖ୍ୟା ରହିଛି। ବର୍ତ୍ତମାନ ସମୟର ପ୍ୟାକ୍‌ରେ ଥିବା ଅନେକ ସୁବିଧାକୁ ବହୁ ଗ୍ରାହକ ବ୍ୟବହାର କରୁନଥିଲେ ମଧ୍ୟ ସେଥିପାଇଁ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ କେବଳ ଭଏସ୍‌ ପ୍ୟାକ୍ କିଣିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ବଜାରରେ ସେଭଳି କିଛି ପ୍ୟାକ୍ ନାହିଁ।

ରିଚାର୍ଜ ପ୍ୟାକ୍‌ଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ କରିବା ଲାଗି ମଧ୍ୟ ଟ୍ରାଇ ପ୍ରସ୍ତାବ ଦେଇଛି। ଟପ୍‌-ଅପ୍ ପାଇଁ ସବୁଜ ଭାଉଚର, କମ୍ବୋ ପାଇଁ ନୀଳ ରଙ୍ଗ ବ୍ୟବହାର କରିବାକୁ କୁହାଯାଇଛି। ଭାଉଚର୍‌ରେ ପ୍ୟାକ୍‌ର ମୂଲ୍ୟ ଲେଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ପେପର୍‌ ଉପରେ ଟ୍ରାଇ ପକ୍ଷରୁ ଅଂଶୀଦାରଙ୍କ ମତାମତ ଲୋଡ଼ାଯାଇଛି। ଚଳିତ ବର୍ଷ ଅଗଷ୍ଟ ୨୩ ସୁଦ୍ଧା ସପକ୍ଷରେ ଏବଂ ବିପକ୍ଷ ମତ ଦେବାକୁ କୁହାଯାଇଛି।

Share

Leave a Reply