କୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

You are currently viewing କୋଶଳା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ୨ ଦିନ ହେଲା ଥିଲା ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ସଂରକ୍ଷିତ ଜଙ୍ଗଲ ତାରିଣୀ ମନ୍ଦିର ନିକଟରୁ ନିଖୋଜ ଯୁବକଙ୍କ ସନ୍ଦେହଜନକ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ କୋଶଳା ଗ୍ରାମର ପ୍ରଦ୍ୟୁମ୍ନ କୁମାର ରାଉଳ (୪୨)।

ସୂଚନା ମୁତାବକ, ୨ ଦିନ ତଳେ ପ୍ରଦ୍ୟୁମ୍ନ ନିଖୋଜ ହୋଇଥିବା ନେଇ ପରିବାର ଲୋକ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ଆଜି ଗ୍ରାମ ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲ ତାରିଣୀ ମନ୍ଦିର ନିକଟରେ ତାଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏ ନେଇ ଛେଣ୍ଡିପଦା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ପ୍ରଦ୍ୟୁମ୍ନଙ୍କ ଶବକୁ ଜବତ କରିଛି। ପୋଲିସ ଥାନାରେ ୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।

Share

Leave a Reply