ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା। ଏହି ମର୍ମରେ କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ(ଏଡିସିସିଆଇ) ଅଣ୍ଟା ଭିଡ଼ିଛି । । ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଆସନ୍ତା ୩ ତାରିଖରୁ ଅବଶିଷ୍ଟ ଦିନମାନଙ୍କରେ ସକାଳ ୭ଟାରୁ ଅପରାହ୍ନ ୩ଟା ଦୋକାନ ଖୋଲା ରଖିବାକୁ ଏଡିସିସିଆଇ ନିଷ୍ପତ୍ତି ନେଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ସେହିପରି ଅନୁଗୁଳ ସହରର ସମସ୍ତ ପୂଜା କମିଟି, ଅନୁଗୁଳ ଓକିଲ ସଂଘ, ଜିଲ୍ଲା ଟ୍ରକ ମାଲିକ ସଂଘ ଓ ଜିଲ୍ଲା ଅଟୋମୋବାଇଲ୍ ଡିଲର୍ସ ସଂଘ ପକ୍ଷରୁ ସମର୍ଥନ ଦିଆଯାଇଛି ।
ଅନୁଗୁଳ ବଣିକ ସଂଘର ନିଷ୍ପତ୍ତି,ସକାଳ ୭ରୁ ଅପରାହ୍ନ ୩ ଯାଏଁ ଦୋକାନ ଖୋଲା
- Post published:April 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
You Might Also Like
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ: ବର୍ଷାଦିନେ ସମ୍ଭାବ୍ୟ ବନ୍ୟାବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଭାଙ୍ଗିଲା ପ୍ରଶାସନର ନିଦ: ଆମ ହସ୍ପିଟାଲ୍ ଯୋଜନାରେ ଛେଣ୍ଡିପଦାକୁ ସାମିଲ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ, ଚିଠିର ନକଲ ପାଇବା ପର୍ଯ୍ୟନ୍ତ ଚାଲିବ ପ୍ରତିବାଦ


