ଆଜିଠୁ କୋଭିଡ୍ ହସ୍ପିଟାଲ୍

0

ଅନୁଗୁଳ: ଶୁକ୍ରବାରଠୁ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସ୍ବତନ୍ତ୍ର ହସ୍ପିଟାଲରେ ୧୨୦ଟି ବେଡ୍ ରହିବ। ଏଥିରୁ ୩୦ଟିରେ ଆଇସିୟୁ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଜିଲ୍ଲା କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାର ଗୁରୁତର ରୋଗୀଙ୍କ ଚିକିତ୍ସା ନେଇ କୌଣସି ସମସ୍ୟା ରହିବ ନାହିଁ । ସମସ୍ତ ପ୍ରସ୍ତୁତି ସହ ଡାକ୍ତର ପହଞ୍ଚି ସାରିଛନ୍ତି । ଆସନ୍ତାକାଲିଠାରୁ କୋଭିଡ୍ ହସ୍ପିଟାଲ୍ ଖୋଲିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।ସେହିପରି ସମ୍ ପକ୍ଷରୁ ଏକ ଲାଇଫ୍ ସପୋର୍ଟ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଏହାକୁ ମିଶାଇଲେ ଜିଲ୍ଲାରେ ମୋଟ୍ ଲାଇଫ୍ ସପୋର୍ଟ୍ ଆମ୍ବୁଲାନ୍ସ ସଂଖ୍ୟା ୩ରେ ପହଞ୍ଚିବ। ଏହି ଆମ୍ବୁଲାନ୍ସରେ ଭେଣ୍ଟିଲେଟର ସୁବିଧା ରହିବ । କୋଭିଡ୍ ହସ୍ପିଟାଲ୍‌ରେ କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ତାଙ୍କୁ ଏହି ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଭୁବନେଶ୍ଵର ସମ୍ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ।

Leave A Reply

Your email address will not be published.

error: Content is protected !!