ଛେଣ୍ଡିପଦା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଛେଣ୍ଡିପଦା ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି)ର ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କରିବା ସହ ଅନୁଷ୍ଠାନର ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକଙ୍କ କାପାସିଟି ବିଲଡିଂକୁ ମଜଭୂତ୍ କରିବା ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଉଛି । ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ଏଆଇର ଉପଯୋଗ ବର୍ତ୍ତମାନ ସମୟର ଆବଶ୍ୟକତା । ଶିକ୍ଷକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଦିଗରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି।