ଅନୁଗୁଳ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଶୁଭମନ୍ ଗିଲ୍ଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ ମାରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡ ମାଟିରେ ଦ୍ୱିଶତକ ମାରି ନ ଥିଲେ।
ଅଧିନାୟକ ନ ଥିବା ବେଳେ ଭାରତର ସୁନୀଲ ଗାଭାସ୍କର ୧୯୭୯ରେ ୨୨୧ ଓ ରାହୁଲ ଡ୍ରାଭିଡ ୨୦୦୨ରେ ୨୧୭ ରନର ଇନିଂସ ଖେଳିଥିଲେ। ଗିଲ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ତେନ୍ଦୁଲକରଙ୍କ ଇଂଲଣ୍ଡ ମାଟିରେ ସର୍ବୋଚ୍ଚ ସ୍କୋର ୧୯୩ ରନ ରହିଛି।