ରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

You are currently viewing ରେଙ୍ଗାଳି ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ପୂଜା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରେଙ୍ଗାଳି ଡ୍ୟାମ ନିର୍ମାଣ ପରେ ଚଳିତ ବର୍ଷ ଜୁଲାଇ ମାସରେ ଜଳସ୍ତର ସବୁ ରେକର୍ଡ ଭଙ୍ଗ କରିଛି। ସାଧାରଣତଃ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀର ଜଳସ୍ତର ଜୁଲାଇ ମାସରେ କମ ରହିଥାଏ।

୧୯୮୫ ମସିହାରେ ପରେ ଚଳିତ ବର୍ଷ ପ୍ରଥମ ଥର ଜୁଲାଇ ମାସ ଆରମ୍ଭରେ ରେଙ୍ଗାଳି ଡ୍ୟାମର ଗେଟ ଖୋଲିବା ସମ୍ଭାବନା ଦେଖା ଦେଇଛି। ଆଜି ଦିନ ୧୦ ଟା ବେଳେ ବନ୍ୟାଜଳ ନିଷ୍କାସନ ପାଇଁ ଡ୍ୟାମର ଗେଟ ପୂଜା ଅନୁଷ୍ଠିତ ହୋଇଯାଇଅଛି। ପୂଜକ ୧୨ ନମ୍ବର ଗେଟର ପୂଜା ଅର୍ଚ୍ଚନା କରିଥିବାବେଳେ ଡ୍ୟାମ ଅଧିକ୍ଷଣ ଯନ୍ତ୍ରୀ ସୌମେନ୍ଦ୍ର ବେହେରା କର୍ତ୍ତା ଭାବେ ଯୋଗ ଦେଇଥିଲେ। ରେଙ୍ଗାଳି ଡ୍ୟାମର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଛି। ଆଜି ଦିନ ୧୦ ଟା ସୁଦ୍ଧା ରେଙ୍ଗାଳି ଡ୍ୟାମରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୦.୦୫ ମିଟରରେ ପହଞ୍ଚିଥିଲା। ରେଙ୍ଗାଳି ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ଆଜି ତାରିଖରେ ଜଳସ୍ତର ୧୦୯.୯୧ ମିଟର ରହିବାକଥା। ଗତ ବର୍ଷ ଏହି ସମୟରେ ଜଳସ୍ତର ୧୧୦.୦୧ ମିଟର ଥିଲା। ଗତ ବର୍ଷ ତୁଳନାରେ ଏ ବର୍ଷ ୧୦ ମିଟର ଉପରେ ଜଳସ୍ତର ରହିଛି। ଏହା ପରେ ଯେକୌଣସି ସମୟରେ ଡ୍ୟାମର ଗେଟ ଖୋଲାଯାଇପାରେ ବୋଲି ଯନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଆଜି ଅନୁଷ୍ଠିତ ଏହି ଗେଟ ପୂଜାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ ଏସଡିଓ ଦାସମାତ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁ, ଇନ୍ଦ୍ରଜିତ ବେହେରା, ସର୍ବେଶ୍ଵର ଧନୱାରଙ୍କ ସହ ଡ୍ୟାମ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply