ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

You are currently viewing ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଉଦ୍ୟମ କରିଛନ୍ତି।

ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା ଖୋଲାଥିବା ଓ ଭିତର ପରିସ୍ଥିତି ଦେଖି ଡକାୟତି ହୋଇଥିବାର ଜାଣିବାକୁ ପାଇଥିଲେ। ଖବରପାଇ ବ୍ୟାଙ୍କ ଶାଖା ପରିଚାଳକ ଓ କର୍ମଚାରୀମାନେ ପହଞ୍ଚି ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।

ଖବର ପାଇ ଖୋଦ ଅନୁଗୁଳ ଏସପି ରାହୁଲ ଜୈନ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଡକାୟତ ମାନେ ବ୍ୟାଙ୍କର ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ। ବ୍ୟାଙ୍କର କୌଣସି ସାଇରନ ବାଜି ନଥିଲା। ଏଣୁ ସ୍ଥାନୀୟ ଲୋକେ ମଧ୍ୟ ରାତିରେ ଚୋରି ହୋଇଥିବା ବିଷୟରେ ଜାଣି ପାରି ନଥିଲେ। ତେବେ କଣ ଚୋରି ହୋଇଛି ସେନେଇ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଡକାୟତ ମାନେ ବ୍ୟାଙ୍କରେ ପଶି କେବଳ ଲୁଟ ପାଇଁ ଉଦ୍ୟମ କରିଥିବା ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି l

Share

Leave a Reply