ଅନୁଗୁଳ: ବେକାବୁ ହୋଇଛି କରୋନା। ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । କରୋନାର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବୁଧବାର ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ସଚେତନତା ଅଭିଯାନରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସାମିଲ ହେବେ । ସେମାନେ ଘର ଘର ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡାକ୍ତରଖାନାଗୁଡ଼ିକୁ ନିୟମିତ ବିଶୋଧନ କରାଯିବ। ତାଳଚେର ଅଞ୍ଚଳରେ ଅଧିକ ସଂକ୍ରମଣ ହେଉଥିବାରୁ ଏନ୍ଫୋର୍ସମେଣ୍ଟକୁ ଜୋରଦାର କରିବାକୁ ତାଳଚେର ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାଶ ଓ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ
- Post published:May 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
