ଅନୁଗୁଳ: ଚଳିତ ବର୍ଷ ରେଳ ବଜେଟରେ କେନ୍ଦ୍ରର ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ୯୭୩୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାର ଅନୁଗୁଳରୁ ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି, ତାଳଚେର ବିମଳାଗଡ଼ ରେଳ ଲାଇନ ପାଇଁ ୨୫୦ କୋଟି, ତାଳଚେର ସମ୍ବଲପୁର ରେଳ ଲାଇନ ପାଇଁ ୧୭୨ କୋଟି ୫୦ ଲକ୍ଷର ବ୍ୟୟ ବରାଦ କରାଯାଇଛି। ପୂର୍ବରୁ କେବେବି ଏତେ ମାତ୍ରା ରେ ବ୍ୟୟ ବରାଦ ଓଡ଼ିଶା ପାଇଁ କରାଯାଇନଥିଲା। ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ରର ମୋଦି ସରକାର ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ଏକ ପ୍ରେସ ବାର୍ତ୍ତାରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସରୋଜ ଜେନା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅଜୟ ଗୋଛୟତ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ପ୍ରମୁଖ କୃତଜ୍ଞତା ପ୍ରକାଶ କରିଛନ୍ତି।
ରେଳ ବଜେଟରେ ଓଡ଼ିଶାକୁ ଗୁରୁତ୍ବ ପାଇଁ ବିଜେପିର କୃତଜ୍ଞତା
- Post published:February 4, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
