ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ପ୍ରଣିତ ଜାତୀୟ କୃଷି ଆଇନ୍ ଓ ବିଦ୍ୟୁତ୍ ଆଇନ୍ କଳା ଆଇନ୍ କହି ଏହାକୁ ତୁରନ୍ତ ବାତିଲ କରିବାକୁ ଡାକରା ଦେଇଛି ଏଆଇକେଜେଏଏସ୍ ସଂଗଠକ । ଏଥି ନେଇ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ସଭାପତି ପ୍ରହରାଜ ସାହୁ, ସଂପାଦକ ସୁବାସ ପ୍ରଧାନଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । କମିଟି ପକ୍ଷରୁ ଭିକାରୀ ପ୍ରଧାନ, ବିମଳ ନାୟକ,ମନ୍ଦୋଦରୀ ରାଉଳ, ଆଇନଜୀବୀ ପ୍ରମୋଦ ପ୍ରଧାନ ପ୍ରମୁଖ ଚାଷୀମାନଙ୍କ ଆନ୍ଦୋଳନ ପ୍ରତି କର୍ଣ୍ଣପାତ କରାଯାଉନଥିବାରୁ କେନ୍ଦ୍ର ସରକାରର ତୀବ୍ର ନିନ୍ଦା କରିଥିଲେ । ଏଥି ସହିତ ଏହି କୃଷକ ବିରୋଧ ଆଇନକୁ ତୁରନ୍ତ ବାତିଲ କରିବା ପାଇଁ ସେମାନେ ଦାବି କରିଥିଲେ ।
କୃଷି ଆଇନ୍ ବାତିଲ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ଘେରାଉ
- Post published:January 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul