ଅନୁଗୁଳ: ଅନୁଗୁଳ ପୌରାଞ୍ଚଳ ଛାତ୍ର ବିଜେଡି ଓ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ମିଳିତ ସହଯୋଗରେ ଅନୁଗୁଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ବିଜେଡି ନେତା ସତ୍ୟାନନ୍ଦ ଦଲବେହେରା, ବୃନ୍ଦାବନ ସ୍ୱାଇଁ, ଉଲ୍ଲାସ ସାହୁ, ତପନ ତ୍ରିପାଠୀ, ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ, ସରୋଜ ନାଏକ, ବିଶ୍ୱରଞ୍ଜନ ସାହୁ, ଗୋପବନ୍ଧୁ ନାଏକ ଯୋଗଦେଇଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ ଓ ଅନୁଗୋଳ ପୌରାଞ୍ଚଳ ଛାତ୍ର ବିଜେଡି ସଭାପତି ଦେବବ୍ରତ ନାଏକଙ୍କ ନେତୃତ୍ୱରେ ଶିବିର ପରିଚାଳିତ ହୋଇଥିଲା। ଶିବିରରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗ୍ରହ
- Post published:October 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
