ଅନୁଗୁଳ: ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖୁବା ସହ ଲୋକମାନଙ୍କର ଧନ ଜୀବନ ସୁରକ୍ଷା ନିମନ୍ତେ ସଜାଗ ରହିବାକୁ ଶୁକ୍ରବାର ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ଦିବସ ପାଳନ ହେଇଛି। ଏଥି ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ତାଳଚେର) ରଜନୀକାନ୍ତ ସ୍ବାଇ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ବିପର୍ଯ୍ୟୟ ସମୟରେ ନିଜକୁ ଜଣେ ସେବକ ଭାବେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାସହ ଉଦାର ହୃଦୟରେ ପୁନଃର୍ବାସ କାର୍ଯ୍ୟରେ ଯୋଗ ଦେଇ ଲୋକମାନଙ୍କର ଧନ ଜୀବନ ସୁରକ୍ଷା ଦେବାକୁ ଶପଥ ପାଠ କରାଇଥିଲେ। ଏଥିସହ ଲୋକମାନଙ୍କୁ ସଚେତନ ଓ ସଜାଗ କରିବା ସହ ସେମାନଙ୍କୁ ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତିକରଣ ସମ୍ପର୍କରେ ଶପଥପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମ ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ନିର୍ବାଚିତ ଲୋକ ପ୍ରତିନିଧି ବିପର୍ଯ୍ୟୟ ପ୍ରସ୍ତୁତିକରଣର ମେରୁଦଣ୍ଡ ସଦୃଶ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ପାୱାର ପଏଣ୍ଟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ଜରୁରୀ କାଳିନ ଅଧିକାରୀ ବୈତୁରା ଦିପ୍, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୂକରଣର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ କୁମାର ଶତପଥିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ଶପଥ ପାଠ
- Post published:October 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul