କାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

You are currently viewing କାଲି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ପୁରୁଣା ମାମଲା ଖୋଲିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ। ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୨୯ ତାରିଖ ଦିନ ସକାଳେ ପୁରୀରୁ ଭୁବନେଶ୍ୱର ଗସ୍ତ କରିବେ। ଭୁବନେଶ୍ୱରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସେ ଯୋଗ ଦେବେ। ରାହୁଲ ନବୀନ ସେହିଦିନ ଅପରାହ୍ନ ୩ଟାରେ ଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ତେବେ ଇଡି ମୁଖ୍ୟଙ୍କ ଓଡିଶା ଗସ୍ତ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବା ବୈଠକ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏକାଧିକ ପୁରୁଣା ମାମଲା ପୁଣି ଖୋଲିବ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply