ଚଳିତ ବର୍ଷ କମ୍ ରହିବ ତାତିର ପ୍ରଭାବ

You are currently viewing ଚଳିତ ବର୍ଷ କମ୍ ରହିବ ତାତିର ପ୍ରଭାବ

ଅନୁଗୁଳ:  ଗ୍ରୀଷ୍ମ ଋତୁରେ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସି ଅସ୍ତବ୍ୟସ୍ତ ହୋଇ ପଡନ୍ତି। କିନ୍ତୁ ଚଳିତ ବର୍ଷ ଏତେଟା ଗରମ ଅନୁଭୂତ ହେବନାହିଁ । ଉପକୁଳ ଓଡିଶା ସହିତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି । ବିଶେଷ କରି ମାର୍ଚ୍ଚରୁ ମେ ଭିତରେ ରାଜ୍ୟରେ ଏହି ସ୍ଥାନ ମାନଙ୍କରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚ ରୁ ମେ’ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବ ନାହିଁ । ସୂଚନା ଅନୁଯାୟୀ ଏହି ତିନି ମାସ ଓଡିଶାରେ ଗରମ ଅପେକ୍ଷା ଅଧିକ ବର୍ଷା ହେବାର ସମ୍ଭାନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭଗ ପୂର୍ବାନୁମାନ କରିଛି ।

Share

Leave a Reply