ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ

You are currently viewing ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ

ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ସ୍ଵର୍ଗତ ଭୁକ୍ତାଙ୍କ ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ ଗାଁ ସ୍ଥିତ ବାସଭବନକୁ ଯାଇ ଚେକ୍ ପ୍ରଦାନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ପ୍ରକାଶ ଯୋଗ୍ୟ, ସ୍ଵର୍ଗତ ଭୁକ୍ତା ତାଳଚେର ବ୍ଲକ୍ ବିକ୍ରମପୁର ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ, ଦକ୍ଷ ପୁଲିସ୍ ଅଧିକାରୀ ଭାବେ ସ୍ଥାନୀୟ ଅଞ୍ଚଳରେ ସେ ପରିଚିତ ଥିଲେ l

Share

Leave a Reply