ଥରାଉଛି ଶୀତ, ବଢ଼ିବ ଜାଡ଼

0

ଅନୁଗୁଳ: ପାରଦ ଖସିଲା। ଶୀତରେ ଥରୁଛି ଓଡ଼ିଶା । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଶୁକ୍ରବାର ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟି ଥିଲା ଝାରସୁଗୁଡ଼ା । ଫୁଲବାଣୀରେ ୯.୫, ଅନୁଗୁଳ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଲେଖାଏ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ବାରିପଦାରେ ୧୦.୫, କୋରାପୁଟରେ ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡ଼ରେ ୧୨, ବଲାଙ୍ଗିରରେ ୧୨.୪ ଓ ବୌଦ୍ଧରେ ୧୨.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଗାମୀ ୪-୫ ଦିନ ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.

error: Content is protected !!