ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ସୁରକ୍ଷା ଯାଞ୍ଚ

You are currently viewing ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ସୁରକ୍ଷା ଯାଞ୍ଚ

ଅନୁଗୁଳ: ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ଅତର୍କିତ ଚଢ଼ଉ କରାଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଇଥିଲା। ଏ ଅବସରରେ ଗ୍ୟାସ ଫିଲିଂ ଷ୍ଟେସନ ଓ ପେଟ୍ରୋଲ ପମ୍ପରେ ସୁରକ୍ଷା ପାଇଁ କି କି ବ୍ୟବସ୍ଥା କରାଯାଇଛି, ତାହାର ଯାଞ୍ଚ କରାଯାଇଥିଲା।

ଅନୁଗୁଳ କରଡ଼ାଗାଡ଼ିଆର ମା ବୁଢ଼ୀ ଇଣ୍ଡେନ ଗ୍ୟାସ, ସରଧାପୁରର ଶ୍ରଦ୍ଧା କିଶାନ ସେବା କେନ୍ଦ୍ର, ତୁଳସୀୟାନ ସର୍ଭିସ ସେଣ୍ଟର, ମିରାନିଆ ଫିଲିଂ ଷ୍ଟେସନ, ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ରମୁଖ ୫ ଟି ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ସେଠି ମଧ୍ୟରୁ ମା ବୁଢ଼ୀ ଇଣ୍ଡେନ ଗ୍ୟାସରେ ନିଆଁ ଲିଭା ସରଞ୍ଜାମ ନ ଥିଲା। ଏଣୁ ତାଙ୍କୁ ନୋଟିସ କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share

Leave a Reply