ଗ୍ୟାସ ଦୋକାନ ଜଳିଗଲା

You are currently viewing ଗ୍ୟାସ ଦୋକାନ ଜଳିଗଲା

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସାମନାରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେଅ ଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମବି ଭାଗର ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଦମକଳ ଠିକ୍ ସମୟରେ ପହଞ୍ଚି ନଥିଲେ ସମ୍ପୂର୍ଣ୍ଣ ମାର୍କେଟକୁ ମଧ୍ୟ ବ୍ୟାପି ଯାଇଥାନ୍ତା। ଅନ୍ୟ ପକ୍ଷରେ ଇକୋ ପାର୍କର ଆଖପାଖରେ ବହୁ ଚାର୍ଟ ଓ ଫାଷ୍ଟ ଫୁଡ୍ ଦୋକାନ ଖୋଲା ମେଲାରେ ଡୋମେଷ୍ଟିକ ଗ୍ୟାସ ବ୍ୟବହାର କରି ବେପାର କରୁଛନ୍ତି। ଆଗାମୀ ଦିନରେ ତାହା ବିପଦ ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଚି।ଜିଲ୍ଲା ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଚି ।

Share

Leave a Reply