ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ

You are currently viewing ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳର ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ସମଲ ଥାନା ଶରଧାପୁର ଗାଁର ଦୀପୁନ ମହାନ୍ତି (୨୬) ଏହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ୬ ବର୍ଷ ହେଲା ତାଙ୍କ ସହ ପ୍ରେମସଂପର୍କ ରଖିଥିଲେ । ଯୁବତୀଜଣକ ୯ମ ଶ୍ରେଣୀରେ ପଢ଼ିବା ସମୟରେ ଦୀପୁନ ତାଙ୍କ ସହ ସଂପର୍କ ରଖିଥିଲେ । ଦୀପୁନ ତାଙ୍କୁ ଏକ ମୋବାଇଲ୍ ଫୋନ୍ ଦେଇ ତାଙ୍କ ସହ ଫୋନ୍‌ରେ କଥାହେଉଥିଲେ। ଦୁଇଦିନ ତଳେ ଦୀପୁନ ଯୁବତୀଙ୍କ ଘରକୁ ଆସି ତାଙ୍କୁ ଅସଦାଚରଣ ଉଦ୍ୟମ କରିବାବେଳେ ପରିବାର ଲୋକେ ଦୀପୁନଙ୍କୁ ଧରି ପୁଲିସ ଜିମା ଦେଇଥିଲେ । ଗତକାଲି ଯୁବତୀଜଣକ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରିବା ସହ ଦୀପୁନଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି।

Share

Leave a Reply