ଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର

You are currently viewing ଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର

ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଗତ ଜାନୁୟାରୀ ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ନିଖୋଜ ଥିବା ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ତତ୍ବାବଧାନରେ ଟିମ୍ ଗଢ଼ାଯାଇ ଅନୁସନ୍ଧାନ କରାଯିବା ପରେ ନିଖୋଜ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇପାରିଛି।

କଟକ ଡିଜି ପୋଲିସଙ୍କ ନିର୍ଦେଶରେ ତାଳଚେର ଥାନା ଅଞ୍ଚଳରୁ ୨୩ ଜଣ ମହିଳା, ଅନୁଗୁଳ ସଦର ଥାନା ଅଞ୍ଚଳରୁ ୧୬ ଜଣ ମହିଳା, ନାଲକୋ ଅଞ୍ଚଳରୁ ୧୩ ଜଣ ମହିଳା, ଜରପଡା ଅଞ୍ଚଳରୁ ୧୩ ଜଣ ମହିଳା, କଲିଆରି ଅଞ୍ଚଳରୁ ୧୩ ମହିଳା, ହଣ୍ଡପା ଅଞ୍ଚଳରୁ ୧୨ ମହିଳା, ଅନୁଗୁଳ ଥାନା ଅଞ୍ଚଳରୁ ୧୨ ମହିଳା, ଛେଣ୍ଡିପଦା ଥାନା ଅଞ୍ଚଳରୁ ୧୧ ଜଣ ମହିଳା, ଅନୁଗୁଳ ସଦର ଅଞ୍ଚଳରୁ ୩ ଜଣ ଶିଶୁ, ବଅଁରପାଳ ଥାନା ଅଞ୍ଚଳରୁ ୩ ଜଣ ଶିଶୁ ଏବଂ ବାଗଡିଆ ଅଞ୍ଚଳରୁ ୪ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଛି। ମୋଟ ୧୯୨ ମହିଳା ଏବଂ ୧୮ ଶିଶୁ ଉଦ୍ଧାର ହୋଇଛନ୍ତି।

Share

Leave a Reply