ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରସିଂହା ନିକଟସ୍ଥ ବେଡ଼ାସର ଗାଁରେ ରବିବାର ଦିନ ପ୍ରାୟ ସାଢେ଼ ଦଶଟା ସମୟରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀକାନ୍ତ ସାହୁଙ୍କ ଘର ଜଳି ଯାଇଛି। ସୂଚନା ଯେ, ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା।ଅନୁଗୁଳ ଅଗ୍ନିଶମ ବାହିନୀ ଖବର ପାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।ଏହି ଅଗ୍ନିକାଣ୍ଡରେ ଲକ୍ଷ୍ମୀକାନ୍ତଙ୍କ ପ୍ରାୟ ତିରିଶ ହଜାର ଟଙ୍କା ମୂଲ୍ୟର ଘର ଆସବାବପତ୍ର ପୋଡି ଯାଇଥିବା ଜଣା ପଡ଼ିଛି।
ଗ୍ୟାସ ଲିକରୁ ଘର ଜଳିଗଲା
- Post published:February 13, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul