ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଜାମୁନାଳୀ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ୍ରେ କାର୍ଯ୍ୟକାରୀ ହୋଇିବା ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ପଞ୍ଚାୟତର କୁଇଓ, ଜାମୁନାଳୀ ଓ ସୁବର୍ଣ୍ଣପୁର ଗାଁର ଅନେକ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିଛି। ନିଜେ ଶ୍ରମଦାନକରିଥିବା ଏହି ପାଇଖାନାର ବିଲ ନେଇ ଠିକାଦାର ପାର। ପାଇଖାନା ନିର୍ମାଣ ପୂର୍ବରୁ ମୋଟିଭେଟର ମାନେ ସେମାନଙ୍କ ପାଖରେ ପହଞ୍ଚି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବହିର ଫେଟୋ କପି ନେଇଥିଲେ। ପାଇଖାନା ଖାତ ଓ ଘରରର ନିଅଁ ନିଜେ ହିତାଧିକାରୀ ଖୋଳି ଥିଲେ। ପ୍ରତି ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଅନେକ ପାଇଖାନାର ନିର୍ମାଣ ଅତି ନିମ୍ନ ମାନର ହୋଇଥିବା ବେଳେ ଅନେକ ପାଇଖାନା ପାଇପ ଟାଙ୍କିରେ ସଞ୍ଜୋଗ ହୋଇ ନାହିଁ ବୋଲି ଅଭିଯୋଗ ହେଉଛି।
ଅନ୍ୟ ପକ୍ଷରେ ପାଇଖାନା ବ୍ୟବହାର ଯୋଗ୍ୟ ହୋଇନଥିବାରୁ ଏହାକୁ ରହିବା ଘର ଓ ରୋଷେଇ ଘର ଭାବ. ବ୍ୟବହାର କରାଯାଉଛି। କୁଇଓ ଗାଁର ବିଧବା ସୁବା ଗୋଚ୍ଛାୟତ(୬୫) ତାଙ୍କ ପାଇଖାନା ଘରେ ରହୁଛନ୍ତି। ଆବାସ ଯୋଜନାରୁ ବଞ୍ଚିତ ସୁବା ଶାଳପତ୍ର ଓ ଦାନ୍ତ କାଠି ଅନୁଗୁଳ ବଜାରରେ ବିକ୍ରିକରି ନିଜର ଜୀବୀକା ନିର୍ବାହ କରୁଛନ୍ତି। ସେହି ଭଳି ଗିତା ବେହେରା ମଧ୍ୟ ପାଇଖାନାକୁ ତାଙ୍କର ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି। ଜାମୁନାଳି ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନର ଏହି ପାଇଖାନା ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ହିତାଧିକାରୀମାୋନ ଦାବି କରିଛନ୍ତି।