ଅନୁଗୁଳ: ତାଳଚେର ବିଧାୟକଙ୍କ କ୍ୟାମ୍ପ ସାମ୍ନାରେ ବୋମା। ଆଜି ସକାଳେ ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିଟା ଭରତପୁ୍ର ସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ୍ ପାଖରୁ ବୋମା ଉଦ୍ଧାର ହୋଇଛି। ବିଧାୟକଙ୍କ ସମର୍ଥକମାନେ ଏହି ବୋମାକୁ ଦେଖିଥିଲେ। ତେବେ ଏହି ବୋମା କିଏ ରଖିଛି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପହଞ୍ଚି ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ କରି ଦେଇଛନ୍ତି।
କୁହାଯାଉଛି ଯେ ବିଧାୟକ ବ୍ରଜ କିଶୋର ପ୍ରଧାନ ଲଗାତର ଚାରି ଚାରି ଥର ବିଧାୟକ ହେବା ପରେ ବର୍ତ୍ତମାନ ଆଇକନ ପାଲଟି ଯାଇଛନ୍ତି। ତେଣୁ ବିରୋଧୀଙ୍କ ହାତ ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।











