ପାଣି ଅଭାବରୁ କିଡନୀ ରୋଗୀ ଥରିଲେ, ଚିକିତ୍ସାଳୟରେ ଉତ୍ତେଜନା,ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସୁଧୁରିଲା

You are currently viewing ପାଣି ଅଭାବରୁ କିଡନୀ ରୋଗୀ ଥରିଲେ, ଚିକିତ୍ସାଳୟରେ ଉତ୍ତେଜନା,ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସୁଧୁରିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାଗଣା
ଡ଼ାଇଲେଶିସ ସେଣ୍ଟରରେ ଆର୍‌ଓ ପାଣିର ଅଭାବ କାରଣରୁ ଆଜି ରୋଗୀଙ୍କ ସଂପର୍କୀୟ ମାନେ ହସ୍ପିଟାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା କରିଥିଲେ। ମିଳିଥିବା ଅଭିଯୋଗ ଅନୁସାରେ ଅନୁଗୁଳର ଏହି ଡ଼ାଇଲେଶିସ ସେଣ୍ଟରଟି ପିପିପି ମୋଡରେ ପରିଚାଳିତ। ଅନୁଗୁଳ ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବର୍ଷ କୁ ବର୍ଷ ବଢ଼ି ଚାଲିଥିବା ବେଳେ ଏହି ସେଣ୍ଟରଟି ଉପରେ ଗରିବ ଗୁରୁବା ରୋଗୀ ମାନେ ବିଶେଷ ଭରସା କରିଥାନ୍ତି। କିନ୍ତୁ ଡ଼ାଇଲେଶିସ ପାଇଁ ଶୁଦ୍ଧ ଆର୍‌ଓ ପାଣି ଆବଶ୍ୟକ ହୋଇଥାଏ। ଶହେ ଭାଗ ସାଧାରଣ ପାଣି ରୁ ପଚିଶ ଭାଗ ପାଣି ଶୁଦ୍ଧ ଆର୍‌ଓ ରୂପେ ମିଳିଥାଏ।

ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଅନୁଗୁଳ ଡ଼ାଇଲେଶିସ ସେଣ୍ଟରକୁ ସାଧାରଣ ପାଣି ପର୍ଯ୍ୟାପ୍ତ ମିଳି ପାରୁନାହିଁ। ଏହି ସମସ୍ୟା ବିଭିନ୍ନ ସମୟରେ ଦେଖିବାକୁ ମିଳୁଥିବା ବେଳେ ଆଜି ହଠାତ୍ ପାଣି ବନ୍ଦ ହୋଇଯାଇଥିଲା। ତେଣୁ ପୂର୍ବାହ୍ନ ସିଫ୍ଟରେ ଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅରୁଣ ପୁଷ୍ପାଳକଙ୍କ ନେତୃତ୍ୱରେ ମ୍ୟାନେଜର ଅଫିସ ଘେରାଉ କରିବା ସହ ପାଟି ତୁଣ୍ଡ କରିଥିଲେ। ମ୍ୟାନେଜର ପହଞ୍ଚି ଆଜି ପାଇଁ ପାଣିର ବ୍ୟବସ୍ଥା କରିଥିବା ବେଳେ ଦିନ ଗୋଟାଏ ରେ ଚିକିତ୍ସା ଆରମ୍ଭ ହୋଇଥିଲା। ଏ ଖବର ଲେଖା ହେଲା ବେଳକୁ ପାଣିର ଷ୍ଟୋରେଜ ପାଇଁ ଅଧିକ ଗୋଟେ ଟାଙ୍କି ବସା ଯାଇଛି। ଏ ସମ୍ପର୍କରେ ବିଭାଗୀୟ ବରିଷ୍ଠ ଡ଼ାକ୍ତର ବି.କେ ଦାସଙ୍କ ସହ ଯୋଗା ଯୋଗ କରିବାରେ ତିନି ପର୍ଯ୍ୟାୟରେ ୫୪ ଜଣ ରୋଗୀଙ୍କ ଡ଼ାଇଲେଶିସ ପାଇଁ ବହୁତ୍‌ ପାଣି ଦରକାର ଯାହାକି ଆବଶ୍ୟକ ଭାବେ ମିଳିପାରି ନଥିଲା। ତେବେ ସନ୍ଧ୍ୟା ସୁଦ୍ଧା ପାଣିର ସୁବିଧା କରାଯାଇଛି ବୋଲି ପ୍ରକାଶ କରିଥିଲେ।

Share

Leave a Reply