ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି।
ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ ନିକଟରେ ଆଜି ସକାଳେ ଏକ କଲରାପତରିଆ ବାଘ ଶିକାରୀ ଫାଶରେ ପଡ଼ିଯାଇଥିବା ନେଇ ବନ ବିଭାଗର କର୍ମଚାରୀ ଦେଖିବାକୁ ପାଇଥିଲେ। ଖବର ପାଇ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା, ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘଟି ଫସି ରହିଥିଲା। ତାର ଗୋଡ଼ ଫସିଯାଇଥିବାରୁ ସେ ସେଠାରେ ଗର୍ଜନ କରୁଥିଲା। ଦିନ ପ୍ରାୟ ସାଢ଼େ ୧ଟା ବେଳେ ଡାକ୍ତର କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ପରେ ତାକୁ ଯନ୍ତାରେ କୋର ଏରିଆକୁ ନେଇଯାଇଛି ବନ ବିଭାଗ। ସେଠାରେ ତାକୁ ଛାଡି ଦିଆଯିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି।
ତେବେ ଏହା ଏକ ଅଣ୍ଡିରା ବାଘ ଓ ବୟସ ପ୍ରାୟ ୩ବର୍ଷ ହେବ। ତାର ଓଜନ ୨୮କିଲୋ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।















