୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

You are currently viewing ୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

ଅନୁଗୁଳ: ଖମାର ଥାନା ମୁଣ୍ଡୁରୀବେଡ଼ା ଗାଁ ବେଲଗୁଡ଼ାସାହିରେ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି। ପାରିବାରିକ କଳହ ଯୋଗୁ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ଜଣାଯାଇଛି।

ପୋଲିସର ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ମୁଣ୍ଡୁରୀବେଡ଼ା ବେଲଗୁଡ଼ାସାହିର ପାଦୁକ ସାହୁ(୮୦) ଓ ତାଙ୍କ ପୁଅ ଈଶ୍ବର ସାହୁ(୫୫)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତା’ ପରେ ଈଶ୍ବର ଶୋଇବାକୁ ଚାଲିଥିଲେ। ଏହି ସମୟରେ ପାଦୁକ ଏତେ ଅଧିକ ରାଗିଯାଇଥିଲେ ଯେ ଈଶ୍ବର ‌ଶୋଇଥିବା ଘରେ ପଶି ଏକ ଟାଙ୍ଗିଆରେ ତାଙ୍କ ବେକକୁ ୩ ଚୋଟ ପକାଇଥିଲେ। ଫଳରେ ଈଶ୍ବରଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା।

ପରିବାର ସଦସ୍ୟ ତାଙ୍କୁ ଆମ୍ବୁଲାନ୍‌ସରେ ଖମାର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନାଧିକାରୀ ପ୍ରଶାନ୍ତ ପଢ଼ିହାରୀ ସୂଚନା ଦେଇଛନ୍ତି।

Share

Leave a Reply