ରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

You are currently viewing ରବିବାର ରାତି ୧୨ ଟାରୁ ସୋମବାର ସକାଳ ୧୦ ଟା ଯାଏଁ ଅନୁଗୁଳରେ କଟିବ ଲାଇନ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ଅନୁଗୁଳ: ନାଲକୋ ଠାରୁ ଜିନ୍ଦଲ ପର୍ଯ୍ୟନ୍ତ ୮ ଗୋଟି କାରଖାନା ଯନ୍ତ୍ରାଂଶ ବୋଝେଇ ଭାରୀ ଯାନ ଯିବା ପାଇଁ ଆଜି ରବିବାର ରାତି ୧୨ ଟାରୁ ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l ଏ ନେଇ ଅନୁଗୁଳ ଟିପିସିଓଡିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟ ମଧ୍ୟରେ ଦୁର୍ଗା ହୋଟେଲ ଠାରୁ ହରି ମହୁରୀ ଛକ ପର୍ଯ୍ୟନ୍ତ ପ୍ରଶାନ୍ତି ହୋଟେଲ, କାଲ୍ଟେସ୍କ୍ ଛକ, ଗୀତା ଗ୍ରାମ ସନ୍ତୋଷୀ ମା ମନ୍ଦିର, ହୋଟେଲ ରାଜ୍ ଛକ, ସିଂହ ମାର୍କେଟ, ମା’ ବୁଢ଼ୀ ଇଣ୍ଡନେ ଗ୍ୟାସ୍ ବଜାର, ଶିମିଲିପଡା ଚର୍ଚ୍ଚ ଲାଇନ, ହନୁମାନ ବଜାର, ଅମଲାପଡ଼ା କିଛି ଏରିଆ, ଟ୍ରାଫିକ୍ ଛକ, ଦଶହରା ପଡିଆ, ପଟ୍ଟନାୟକ ଛକ, ବଜାର ଛକ, ଶଙ୍କର ସିନେମା ରୋଡ, ମଦନ ମୋହନ ପଡ଼ାର କିଛି ଏରିଆରେ ପର୍ଯ୍ୟାୟ କ୍ରମେ ୫ ରୁ ୬ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ ରହିବ l

Share

Leave a Reply