ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରଚେଷ୍ଟାରେ ଅନୁଗୁଳ ବ୍ଲକ ୩ ନଂ ଜୋନ ବଲାସିଂହା-କାଙ୍ଗୁଲା ବେନ୍ତପୁର ଓ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତର ମୁଖ୍ୟ ସଂଯୋଗୀକରଣ ଓ ଲାଇଫଲାଇନ ରୋଡ଼ ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୮ ଫୁଟ ଚୌଡା ରାସ୍ତା ହେବା ପାଇଁ ସ୍ୱୀକୃତି ପାଇଛି।
ଫୁଲପାଳ-ବାଲି ସାହି-ବିହାରୀ ଛକ-ମୁଣ୍ଡିଆ ସାହି-ସମାଖୋଇ- ଅଲେଖ ମହିମା ଟୁଙ୍ଗି-ବାରସିଂହା ଛକ ପର୍ଯ୍ୟନ୍ତ ରାସ୍ତାର ୭ କୋଟି ୬୦ ଲକ୍ଷ ବ୍ୟୟ ଅଟକଳରେ ଉନ୍ନତିକରଣ କରାଯିବ। ଏହା ଦ୍ୱାରା ଲକ୍ଷାଧିକ ଲୋକ ଉପକୃତ ହେବେ ଏବଂ ବର୍ଷା ଦିନର ଯନ୍ତ୍ରଣାରୁ ମୁକ୍ତି ପାଇବେ ବୋଲି ଜଣାଯାଇଛି।