ପଞ୍ଚସଖାଙ୍କ ସାହିତ୍ୟରେ ସମାଜ ସଂସ୍କାରର ବାର୍ତ୍ତା: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଚର୍ଚ୍ଚା

You are currently viewing ପଞ୍ଚସଖାଙ୍କ ସାହିତ୍ୟରେ ସମାଜ ସଂସ୍କାରର ବାର୍ତ୍ତା: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଚର୍ଚ୍ଚା

ଅନୁଗୁଳ: ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଓଡ଼ିଶାର ପଞ୍ଚସଖା ପରମ୍ପରା’ ଶୀର୍ଷକ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବସନ୍ତ କୁମାର ସାହୁ ଏହାକୁ ଉଦଘାଟନ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବସନ୍ତ କୁମାର ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଞ୍ଚସଖାଙ୍କ ସାହିତ୍ୟ ଓ ସମାଜ ସଂସ୍କାର ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ବିଭାଗୀୟ ମୁଖ୍ୟ ରୀନା ମାରାଣ୍ଡିଙ୍କ ସ୍ଵାଗତ ଭାଷଣ ସହ ଅଧ୍ୟାପିକା କନକଲତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଭାତ ସିହ୍ନା, ଅଧ୍ୟାପକ ଆଶୀର୍ବାଦ କ୍ରିଷ୍ଣା ମହାନ୍ତି ଓ ଡଃ ଦିବ୍ୟରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭାଗର ସମସ୍ତ ଅଧ୍ୟାପକ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Share

Leave a Reply