ଅନୁଗୁଳ: ମର୍ଣ୍ଣିଂଷ୍ଟାର୍ କ୍ରିକେଟ କ୍ଳବ ତରଫରୁ ଷଷ୍ଠ ମର୍ଣ୍ଣିଂଷ୍ଟାର୍ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ କଦମ ପଡ଼ିଆଠାରେ ଆଜି ଉଦ୍ଘାଟିତ ହୋଇଛି । ଜିଲ୍ଲା କ୍ରିକେଟ ସଂଘର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଘର ସଂପାଦକ ସାଗରନାଥ ମିଶ୍ର ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚ୍ ଚାର୍ଜର୍ ଏକାଦଶ ଏବଂ ତାଳଚେର ଦେଉଳବେଡ଼ା କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଚାର୍ଜର ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୪୮ରନ କରିଥିଲା। ଦଳ ତରଫରୁ ସତ୍ୟରଞ୍ଜନ ସର୍ବାଧିକ ୬୬ ଓ ରଞ୍ଜନ ୪୨ ରନ କରିଥିଲେ । ଜବାବରେ ତାଳଚେର ଦଳ ୧୩ ଓଭରରେ ୪ଟି ଉଇକେଟ ହରାଇ ୧୫୧ ରନ୍ କରି ବିଜୟୀ ହୋଇଥିଲା । ତାଳଚେରର ସୁଜଲ ଦାସ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଅଞ୍ଜନ କର ଓ ସଞ୍ଜୀବ କୁମାର ପାତ୍ର ଖେଳ ପରିଚାଳନା କରିଥିଲେ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଭାଗ ନେଉଥିଲାବେଳେ ବୁଧବାର ଅନୁଗୁଳ ବିଏମସିସି ଓ ବିସିସି ମଧ୍ୟରେ ମ୍ୟାଚ୍ ଖେଳାଯିବ।
ମର୍ଣ୍ଣିଂଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
- Post published:December 22, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau

Tags: Angul