ଭଡା ବୃଦ୍ଧି ନେଇ ଚାଲିଥିବା ଟ୍ରକ ମାଲିକ ସଂଘର ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ, ୧୫ ଦିନ ମହଲତ ନେଲା ପ୍ରଶାସନ

You are currently viewing ଭଡା ବୃଦ୍ଧି ନେଇ ଚାଲିଥିବା ଟ୍ରକ ମାଲିକ ସଂଘର ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ, ୧୫ ଦିନ ମହଲତ ନେଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ କୋଇଲା ପରିବହନରେ ବର୍ଦ୍ଧିତ ଭଡା ପାଇବା ନେଇ ଚାଲିଥିବା କୋଇଲା ଟ୍ରକ ଚଳାଚଳ ବନ୍ଦ ଆନ୍ଦୋଳନ ଆଜି ବୈଠକ ପରେ ସାମୟିକ ଭାବେ ସ୍ଥଗିତ ରହିଛି।

ଆଜି ଆଲୋଚନା ପରେ ପ୍ରଶାସନର ନିଷ୍ପତ୍ତି କ୍ରମେ ଏହା ଆସନ୍ତା ୧୫ ଦିନ ପାଇଁ ଅର୍ଥାତ ୨୧/୧୦/୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ବର୍ତ୍ତମାନ ପାଇଁ ସଂଘ ପକ୍ଷରୁ ୨୦୨୧ ମସିହାରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଧାରିତ ଭଡା ଅନୁଯାୟୀ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସେହି ଦର ଚାଲୁ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉପଜିଲ୍ଲାପାଳ ୨୦ରୁ ୨୫ ତାରିଖ ମଧ୍ୟରେ ତାଳଚେର ଅଞ୍ଚଳରୁ କୋଇଲା ପରିବହନ କରୁଥୁବା ସମସ୍ତ ପ୍ଲାଣ୍ଟ ଅଧିକାରୀଙ୍କୁ ଡାକି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ବର୍ଦ୍ଧିତ ହୋଇଥିବା ୫୦ ଟଙ୍କା ଅଧିକ ଭଡା ଲାଗୁ ହେବା ଉପରେ ନିଷ୍ପତ୍ତି ନିଆଯିବ। ଏ ନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ଆଜି ଆନ୍ଦୋଳନ କିଛି ଦିନ ପାଇଁ ସ୍ଥଗିତ ରହିବା ଯୋଗୁଁ କୋଇଲା ପରିବହନ ସମସ୍ୟା କିଛିକାଂଶରେ ଦୂର ହୋଇପାରିଛି। ଏହି ବୈଠକରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଆଞ୍ଚଳିକ ଟ୍ରକ ମାଲିକ ସଂଘ, ସଭାପତି ଓ କର୍ମକର୍ତ୍ତା ଗ୍ରାମାଞ୍ଚଳ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ଓ ତାଳଚେର ଟ୍ରକ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆ, କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସମ୍ପାଦକ ରତନ ଶତପଥୀ, ପରିବହନକାରୀ ସଂସ୍ଥାର ସଭାପତି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply