ଅନୁଗୁଳ:ଦୀର୍ଘଦିନ ଧରି ଉଠା ଫଳ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ସେମାନଙ୍କୁ ହଟାଇ ଦିଆଯାଇଛି। ଅନୁଗୁଳ ପୋଷ୍ଟ ଅଫିସ ସାମନା, ବସ ଷ୍ଟାଣ୍ଡ ଭିତରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଠେଲାରେ ବିକୁଥିବା ଫଳ ଦୋକାନୀ ପଚା ଫଳ,ଫଳ ପେଟିରୁ ବାହାରୁଥିବା ଟୁକୁରା କାଗଜ ଏବଂ ଶୁଖିଲା ଲିଚୁ ପତ୍ର ସବୁକୁ ପାଖ ଡ୍ରେନରେ ପକାଇ ଦେଉଥିଲେ। ଅଭିଯୋଗ ପାଇ ପୋୖର କର୍ମଚାରୀମାନେ କେତେଜଣଙ୍କୁ ଫାଇନ କରିବା ପରେ ଅନ୍ୟ ଦୋକାନୀ ମାନେ ଠେଲା ନେଇ ପଳାଇ ଯାଇଥିଲେ। ଏହି ଠେଲା ଯୋଗୁଁ ଟ୍ରାଫିକ ଜାମ ହେବା ସହ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି।
ଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା
- Post published:June 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
