ଅନୁଗୁଳ: ଜିଲ୍ଲାପାଳଙ୍କୁ ଭେଟିଲେ ତାଳଚେରର ନବ ନିର୍ବାଚିତ ପୌରାଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା। ସୋମବାର ପୂର୍ବାହ୍ନରେ ତାଳଚେରର ପୌରପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷ ପବିତ୍ର ଭୂତିଆ ଓ ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏ ଅବସରରେ ସେମାନେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଫୁଲ ତୋଡ଼ା ଦେଇ ଅଭିବାଦନ ଜଣାଇଥିଲେ। ଏମାନଙ୍କ ସହ ୧୮ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଅମିୟ ପ୍ରଧାନ ଓ ସମସ୍ତ କାଉନସିଲର ବି ଉପସ୍ଥିତ ଥିଲେ। ଏହି ସାକ୍ଷାତ କୌଣସି କାରଣ ପାଇଁ ନଥିଲା, ବରଂ ସମ୍ପୂର୍ଣ୍ଣ ଭାବେ ସୌଜନ୍ୟମୂଳକ ଥିଲା ବୋଲି ଜଣାଯାଇଛି। ପ୍ରକାଶ ଯେ ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ସମସ୍ତ କାଉନସିଲର ବିଜେଡିର।
ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ତାଳଚେରର ନବ ନିର୍ବାଚିତ ପୌରାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା ଓ କାଉନସିଲର
- Post published:April 4, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
