ଛେଣ୍ଡିପଦା: ଛେଣ୍ଡିପଦା ସାପୋଇସାହିସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜର କିଛି ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷା ବର୍ଷରେ ୨୧ ଜଣ ଛାତ୍ରୀ ସାଇ ଶ୍ରଦ୍ଧା ନର୍ସିଂ କଲେଜରେ ଏଏନ୍ଏମ୍ ରେ ନାମ ଲେଖାଇଥିଲେ। ସମସ୍ତେ ବାର୍ଷିକ କଲେଜ ଫି’ ମଧ୍ୟ ଦାଖଲ କରିଥିଲେ। ବାର୍ଷିକ ପରୀକ୍ଷା ସମୟରେ ସମସ୍ତ ଛାତ୍ରୀ ଫର୍ମ ପୂରଣ କରିଥିଲେ ହେଲେ ୭ ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ଏ ସମ୍ପର୍କରେ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ପ୍ରଥମ ବର୍ଷ ବ୍ୟାକ ଲାଗିଥିବାରୁ ପରୀକ୍ଷା ଦେଇପାରିବ ନାହିଁ ବୋଲି କହିଥିଲେ। କିନ୍ତୁ ବ୍ୟାକ୍ ଲାଗିଥିବା କିଛି ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ଅନ୍ୟାୟ କରିଥବା ପ୍ରତିବାଦରେ ଛାତ୍ରୀମାନେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି।