ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ସାହାରାଗୁଡା ଗ୍ରାମର ଟାକୁଆ ନାଳରେ ଆଜି ଜଣେ ବୃଦ୍ଧ ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଛନ୍ତି।
ରିପୋର୍ଟ ମୁତାବକ, ସ୍ଥାନୀୟ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ାର କିଶୋରୀ ସାହୁ(୬୨) ବନ୍ତଳା ବଜାରରୁ ଫେରିବା ବେଳେ ଟାକୁଆନାଳ ଉପରେ ବନ୍ୟା ପାଣି ଚାଲୁଥିଲା। ସେ ସେହି ପାଣିରେ ଆସୁଥିବା ବେଳେ ପାଣିର ପ୍ରଖର ସୁଅ ଦେଖି ପୋଲ ପାଖରେ ଥିବା ଖୁଣ୍ଟ ଉପରେ ବସିଯାଇଥିଲେ। ସାହାରାଗୁଡା ଓ ଜରାଓରପୁରର ଲୋକେ ତାଙ୍କୁ ଦେଖି ଦଉଡି ପକାଇଥିଲେ। ଏହି ଦଉଡ଼ି ଧରି ସେ ନାଳ ପାର ହୋଇଥିବା ଜଣାଯାଇଛି।