ଅନୁଗୁଳ: ଦୀର୍ଘଦିନର ବ୍ୟବଧାନ ପରେ ସୋମବାର ରାଜ୍ୟରେ ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିଛି। ଅନେକ ଅଭିଭାବକ ସ୍କୁଲ ଖୋଲିବାକୁ ପସନ୍ଦ କରିଥିବାବେଳେ ଅନୁଗୁଳ ଜିଲ୍ଲାରେ ପ୍ରଥମ ଦିନର ଉପସ୍ଥାନକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ବେଶ୍ ଉତ୍ସାହିତ ଥିବା ଜଣା ପଡ଼ିଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀର ଉପସ୍ଥାନ ୭୦ ପ୍ରତିଶତ, ନବମର ୬୭ ପ୍ରତିଶତ, ଦଶମର ୮୯ ପ୍ରତିଶତ, ଏକାଦଶ ଶ୍ରେଣୀର ୫୭ ପ୍ରତିଶତ ଏବଂ ଦ୍ଵାଦଶ ଶ୍ରେଣୀର ଉପସ୍ଥାନ ୬୬ ପ୍ରତିଶତ ହୋଇଚି। ଆସନ୍ତା କିଛି ଦିନ ମଧ୍ୟରେ ଉପସ୍ଥାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ସେଠାରେ ଅନ ଲାଇନ୍ ପାଠପଢ଼ାରେ ଅନେକ ବାଧା ଉପୁଜୁ ଥିଲା।
ସ୍କୁଲ ଖୋଲିଲା ପ୍ରଥମ ଦିନର ଉପସ୍ଥାନ ଉତ୍ସହପ୍ରଦ
- Post published:February 7, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul